ଇମ୍ରାନ ହାଶ୍ମୀଙ୍କୁ ପଥର ମାଡ଼
ବଲିଉଡ ଇଣ୍ଡଷ୍ଟିର ଜଣେ ଜଣା ଶୁଣା ବ୍ୟସ୍ତବହୁଳ ଅଭିନେତା ଇମ୍ରାନ ହାଶ୍ମୀଙ୍କୁ ପଥର ମାଡ଼ ହୋଇଛି । ତେବେ ସେ କଶ୍ମୀରରେ ତାଙ୍କ ଆଗାମୀ ଚଳଚିତ୍ରର ସୁଟିଂ କରୁଛନ୍ତି । ତାଙ୍କର ଆଗାମୀ ଚଳଚିତ୍ରର କାଷ୍ଟ ଏବଂ କୁର୍ ସୁଟିଂ ପାଇଁ କାଶ୍ମୀରର ପହଲଗାମରେ ଅବସ୍ଥାପିତ ହୋଇଛନ୍ତି । ତେବେ ଖବର ଅନୁସାରେ ଇମ୍ରାନ ହାଶ୍ମୀ ଏବଂ ତାଙ୍କ କୁର୍ ସଦସ୍ୟଙ୍କ ଉପରେ କିଛି ଜଣ ଦୁର୍ବୁତ ପଥର ଫିଙ୍ଗିଥିଲେ । ଗତକାଲି ସୁଟିଂ ସାରି ସନ୍ଧ୍ୟା ବେଳେ ଫେରୁଥିବା ବେଳେ ଜଣେ ଦୁର୍ବୁତ କୁର୍ ସଦସ୍ୟଙ୍କ ଉପରକୁ ପଥର ଫିଙ୍ଗିଥିଲେ ।
ଯାହା ଅନୁସାରେ ପୋଲିସ ଷ୍ଟେସନ ପହଲଗାମରେ ଏଫଆଇଆର ପଞ୍ଜୀକୃତ ହୋଇଥିଲା । ତେବେ ବର୍ତ୍ତମାନ ଦୁର୍ବୁତଙ୍କୁ ଚିହ୍ନଟ କରାଯାଇ ଗିରଫ କରାଯାଇଥିବା ଜଣା ପଡ଼ିଛି । ତେବେ କାଶ୍ମୀରରେ ‘ଗ୍ରାଉଣ୍ଡ ଜିରୋ’ ପାଇଁ ସୁଟିଂ କରୁଥିବା ଇମ୍ରାନ ଏହି ଗୁଜବକୁ ଖଣ୍ଡନ କରିଛନ୍ତି । ସେ ଆଜି ନିଜେ ଟ୍ୱିଟ କରି କହିଛନ୍ତି ଯେ “କାଶ୍ମୀର ଲୋକ ମାନେ ଅତ୍ୟନ୍ତ ଉଷ୍ମ ଓ ସ୍ୱାଗତଯୋଗ୍ୟ, ଶ୍ରୀନଗର ଏବଂ ପହଲଗାମରେ ଏହା ଏକ ସମ୍ପୂର୍ଣ୍ଣ ଖୁସିରେ କଟିଥିବା ସୁଟିଂ ଅଟେ” ।
The people of Kashmir have been very warm and welcoming, it has been an absolute joy shooting in Srinagar and Pahalgam. The news of me being injured in a stone pelting incident is inaccurate .
— Emraan Hashmi (@emraanhashmi) September 20, 2022
ଏନେଇ ପ୍ରଶଂସକମାନେ ଇମ୍ରାନ ସୁରକ୍ଷିତ ଥିବା ଖବର ଜାଣିବା ପରେ ଆଶ୍ୱସନା ପାଇଛନ୍ତି । ତେବେ ଏହି ପଥର ମାଡ଼ ହେବା ସୂଚନା କୌଣସି ସୂତ୍ରରୁ ମିଳି ନଥିବା ବେଳେ କେବଳ ଶୋସିଆଲ ମିଡିଆରେ ଏହି ଖବର ଭାଇରାଲ ହେଉଛି ।
ତେଜାସ ଦେଓସ୍କାରଙ୍କ ଦ୍ୱାରା ନିଦେ୍ର୍ଦଶିତ ଗ୍ରାଉଣ୍ଡ ଜିରୋରେ ମୁଖ୍ୟ ଭୂମିକାରେ ଇମ୍ରାନ ହାଶ୍ମୀ ଏବଂ ସାଇ ତାମହଙ୍କାର ଅଭିନୟ କରିବେ । ସୂଚନା ଅନୁସାରେ ସେ ଏହି ଚଳଚିତ୍ରରେ ଜଣେ ଆର୍ମି ଅଫିସର ଭୂମିକାରେ ଅଭିନୟ କରିବେ ଇମ୍ରାନ । ଏନେଇ ଦ୍ରୁତ ଗତିରେ ସୁଟିଂ ଚାଲିଛି । ଚଳଚିତ୍ରର ନିର୍ମାତାମାନେ ଶ୍ରୀନଗରରେ ପ୍ରଥମ ସୁଟିଂ ଶେଷ କରି ପରବର୍ତ୍ତୀ ସୁଟିଂ ପାଇଁ ପହଲଗମାକୁ ସ୍ଥାନାନ୍ତର କରିଛନ୍ତି । ତେବେ ଚଳଚିତ୍ରର ସୁଟିଂ ଆଉ ୧୫ ଦିନ ପର୍ଯ୍ୟନ୍ତ ଚାଲିବାର ସୂଚନା ରହିଛି ।

