୧୦ମ ପରେ IBରେ ରହିଛି ଚାକିରୀ କରିବାର ସୁଯୋଗ
ସାଧାରଣତଃ ସ୍କୁଲରେ ପାଠ ପଢା ସରିବା ପରେ ପିଲାମାନେ ଚିନ୍ତାରେ ପଡିଯାଆନ୍ତି । କାରଣ ସେମାନେ ଆଗକୁ କେଉଁ ପାଠ ପଢିଲେ ସେମାନଙ୍କ ଭବିଷ୍ୟତ ଚାକିରୀ ବା ବ୍ୟବସାୟରେ ତାହା କାମରେ ଆସିବ ତାହା ବୁଝିପାରନ୍ତି ନାହିଁ । ତାଛଡା ବାପା ମା ବି ପାଠ ପଢାକୁ ନେଇ ବହୁତ କଟକଣା ଲଗାନ୍ତି । ସମାଜର ଚାଲିଚଳଣିକୁ ଦେଖି ବାପା ମା ନିଜ ପିଲାଙ୍କ ଉପରେ ତାଙ୍କ ଇଚ୍ଛା ବିରୋଧରେ ପାଠ ପଢିବାକୁ କୁହନ୍ତି । ହେଲେ ବର୍ତ୍ତମାନର ସମୟ ବଦଳିଛି, ପିଲାମାନେ ନିଜେ ନିଜର ଭବିଷ୍ୟତ ଗଢିବାର ନିଷ୍ପତି ନେଉଛନ୍ତି, ସେମାନଙ୍କର ରୁଚି ଅନୁସାରେ କାମ ବାଛୁଛନ୍ତି । ତେଣୁ ବିଶେଷ ଦ୍ୱନ୍ଦରେ ରହିବାର ବେଳ ଏବେ ଚାଲିଗଲାଣି । ସେଥିପାଇଁ ଆମେ ଆପଣଙ୍କୁ ସବୁଧରଣର ଚାକିରୀ ବିଷୟରେ ସମୟ ସମୟରେ ଅପଡେଟ୍ ଦେଉଥାଉ । ଯାହାଦ୍ୱାରା ଆପଣ ନିଜ ଯୋଗ୍ୟତା ଅନୁସାରେ ଚାକିରୀ କରିବାର ସୁଯୋଗ ପାଇପାରିବେ । ବର୍ତ୍ତମାନ ଦଶମ ଶ୍ରେଣୀ ପିଲାଙ୍କ ପାଠ ପଢା ପରେ ଏକ ସୁଯୋଗ ରହିଛି ତେବେ ଚାଲନ୍ତୁ ଜାଣିବା କଣ ରହିଛି ସେ ସୁଯୋଗ ।() ୧୦ମ ପରୀକ୍ଷାରେ ଉତ୍ତିର୍ଣ୍ଣ କରିସାରିଥିବା ପିଲାମାନେ ଚାକରୀ କରିପାରିବେ ଇଣ୍ଟେଲିଜେନ୍ସ ବ୍ୟୁରୋ ବା (IB)ରେ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା ଇଣ୍ଟେଲିଜେନ୍ସ ବ୍ୟୁରୋ, ସୁରକ୍ଷା ସହାୟକ ଏବଂ ମଲ୍ଟି ଟାକ୍ସିଂ ଷ୍ଟାଫ୍ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପୋଷ୍ଟ ଗୁଡ଼ିକ ପାଇଁ ଆଶାୟୀ ପ୍ରର୍ଥୀ ମାନେ ଅନ୍ଲାଇନ୍ରେ ଆବେଦନ କରିପାରିବେ, ଏବଂ ଏହି ପ୍ରକ୍ରିୟା ନଭେମ୍ବର୫ରୁ ଆରମ୍ଭ ହୋଇ ନଭେମ୍ବର ୨୫ ପର୍ଯ୍ୟନ୍ତ ଚାଲିବ । ଆଶାୟୀ ପ୍ରର୍ଥୀ ମାନେ ଏହାର ଅଫିସିଆଲ୍ ୱେବସାଇଟ୍ https://www.mha.gov.in/ କୁ ଯାଇ ଆବେଦନ କରିପାରିବେ । ଏହା ବ୍ୟତୀତ ଯେଉଁମାନେ ଏହାର ସରକାରୀ ବିଜ୍ଞପ୍ତି ଦେଖିବାକୁ ଚାହାଁନ୍ତି ସେମାନେ https://images.news18.com/ibnkhabar/uploads/2022/10/IB-1671-Recruitment-2022-Notification-PDF.pdf ଏହି ଲିଙ୍କ ସାହାର୍ଯ୍ୟରେ ଦେଖିପାରିବେ।
ଖାଲି ଥିବା ପଦବୀ:
- ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୧୬୭୧ଟି ପଦବୀ ରହିଛି ।
- କାର୍ଯ୍ୟନିର୍ବାହୀ ଅଧିକାରୀ-୧୫୬୧
- MTS ପଦବୀ-୧୫୦
ଶିକ୍ଷାଗତ ଯୋଗ୍ୟତା:
- ଆଶୟୀ ପ୍ରାର୍ଥୀମାନେ ଦଶମ ପାସ୍ କରିଥିବା ଦରକାର ।
- ଆଶୟୀ ପ୍ରାର୍ଥୀଙ୍କର ସ୍ଥାନୀୟ ଭାଷା ଉପରେ ଜ୍ଞାନ ଥିବା ଦରକାର ।
ବୟସ ସୀମା:
- ସର୍ବାଧିକ ବୟସ ସୀମା ୨୭ ବର୍ଷ
- ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ ବୟସରେ କୋହଳ ଦିଆଯିବ
ଆବେଦନର ଶୁଳ୍କ:
- ଆବେଦନ କରିବା ନେଇ ପ୍ରାର୍ଥୀଙ୍କୁ ଶୁଳ୍କ ଭାବେ ୫ଟଙ୍କା ଦେବାକୁ ପଡ଼ିବ ।